ବିଦ୍ୟୁତ୍ ବଲବ୍ ରେ ସାଧାରଣତ ଆରଗନ୍ ଗ୍ୟାସ୍ ର ବ୍ୟବହାର କରାଯାଏ।ଆସନ୍ତୁ ଜାଣିବା ଆରଗନ୍ ଗ୍ୟାସ୍ ର ବ୍ୟବହାର ପଛରେ ବୈଜ୍ଞାନିକ କାରଣ କଣ ରହିଛି।
ବଲବ୍ ର ଫିଲାମେଣ୍ଟ ଟି ଟଙ୍ଗଷ୍ଟନ୍ ଧାତୁ ରେ ତିଆରି ହୋଇଛି। ଯେତେବେଳ ବିଦ୍ୟୁତ୍ ବଲବ୍ ରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ହୁଏ, ସେତେବେଳେ ବଲବ୍ ରେ ଥିବା ଧାତବ ଫିଲାମେଣ୍ଟ (ଟଙ୍ଗଷ୍ଟନ) ଟି ବିଦ୍ୟୁତ୍ ଶକ୍ତି କୁ ଆଲୋକ ଶକ୍ତି କୁ ରୂପାନ୍ତରିତ କରି ଆଲୋକ ପ୍ରଦାନ କରେ। ଆଲୋକ ଶକ୍ତି ରୁ ଯାତ ହଉଥିବା ତାପ ଫିଲାମେଣ୍ଟ କୁ ଉତ୍ତପ୍ତ କରି ଥାଏ।ଏହି ଉତ୍ତପ୍ତ ଫିଲାମେଣ୍ଟ (ଟଙ୍ଗଷ୍ଟନ) ଟି ବାୟୁ ରେ ଥିବା ଅମ୍ଳଜାନ ଗ୍ୟାସ ସଂସ୍ପର୍ଶରେ ଆସିଲେ ଅଳ୍ପ କିଛି ସେକେଣ୍ଡ ରେ ଜଳି ନଷ୍ଟ ହୋଇଯାଏ। ଟଙ୍ଗଷ୍ଟନ ଧାତୁ ସହ ଅମ୍ଳଜାନ ଗ୍ୟାସ୍ ର ଏହି ପ୍ରତିକ୍ରିୟା, oxidation ପ୍ରତିକ୍ରିୟା ର ଏକ ଉଦାହରଣ ଅଟେ । ଏହି ପ୍ରତିକ୍ରିୟା କୁ ରୋକିବା ପାଇଁ ବିଦ୍ୟୁତ୍ ବଲବ୍ ଭିତରେ ଆର୍ଗନ୍ ଗ୍ୟାସ୍ ର ବ୍ୟବହାର କରାଯାଏ।
ଆରଗନ୍ ଗ୍ୟାସ୍ ନିଷ୍କ୍ରିୟ ହୋଇଥିବା ରୁ ତାହା ଫିଲାମେଣ୍ଟ କୁ ଅମ୍ଳଜାନ ସଂସ୍ପର୍ଶରେ ଆସିବା କୁ ଦିଏ ନାହିଁ। ଯାହା ଫଳରେ ଫିଲାମେଣ୍ଟ ଟି ବିଦ୍ୟୁତ୍ ଵଲଵ୍ ଭିତରେ ସୁରକ୍ଷିତ ଭାବେ ରହିଥାଏ।
ଆଦିମ କାଳରୁ ବର୍ତ୍ତମାନ ଯାଏ ଭାରତର ପ୍ରତ୍ୟେକ ସ୍ଥାନ ରେ ଗଙ୍ଗାଜଳ ର ଏକ ଅଲଗା ମହତ୍ତ୍ଵ ରହିଛି । ଧାର୍ମିକ ସ୍ଥାନ ହେଉ କି ପାରମ୍ପରିକ ରୀତିନତି ହେଉ, ଜନ୍ମ ଉତ୍ସବ ହେଉ କି ମୃତ୍ୟୁର ଶୋକସଭା ହେଉ ପ୍ରତ୍ୟେକ ଅବସରରେ ଗଙ୍ଗଜଳର ଆବଶ୍ୟକତା ପଡ଼େ । କିଏ କୁହନ୍ତି ଥରେ ଗଙ୍ଗାରେ ବୁଡ଼ ଲଗେଇଲେ ଦେହ ପୂତ ପବିତ୍ର ହୁଏ , ଏମିତିକି ଯୁଗ ଯୁଗ ର ପାପ ମଧ୍ୟ ନିବାରଣ ହେଇଯାଏ । ଘରେ ଯେ କୌଣସି ଅପରିଷ୍କାର କି ଅପବିତ୍ରତା ର ଖଣ୍ଡନ ପାଇଁ ଅନେକ ଥର ଗଙ୍ଗା ଜଳର ବ୍ୟବହାର ମଧ୍ୟ ପରିଲକ୍ଷିତ ହେଇଥାଏ ।
ଏହା ପଛରେ ଥିବା କାରଣ :-
ଏକ ସଦ୍ୟ ପ୍ରକାଶିତ ଗବେଷଣାର ତଥ୍ୟରୁ ଜଣାପଡିଛି ଯେ ଗଙ୍ଗା ନଦୀରେ anti-bacterial ଗୁଣ ରହିଛି । ଗଙ୍ଗାନଦୀ ର ବିଭିନ୍ନ ନମୁନା ନେଇ ଏକ CSIR laboratory (NEERI) ରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନା କୁ ଆସିଥିଲା । ଏଥିରେ ଦେଖାଯାଇଥିଲା ଯେ ଗଙ୍ଗାନଦୀ ର ପାଣିରେ Bacteriophage ନାମକ ଏକ ଭୂତାଣୁ ସ୍ଵାଭାବିକ ଠାରୁ ବୋହୁତ ଅଧିକ ଅନୁପାତରେ ଦେଖାଯାଇଥିଲା । ଏହି ଭୁତାଣୁ ବିଭିନ୍ନ କ୍ଷତିକାରକ ଜୀବାଣୁ (ବ୍ୟାକ୍ଟେରିଆ) କୁ ମାରିଦେଇ ଥାଏ ।
ଗଙ୍ଗାନଦୀ ରେ ପାଖାପାଖି ୧୧୦୦ ପ୍ରକାର Bacteriophages ଭୂତାଣୁ ଦେଖାଯାଇଥାଏ ମାତ୍ର ଅନ୍ୟନଦୀ ଯେପରିକି ଯମୁନା ଓ ନର୍ମଦା ରେ ମାତ୍ର ୨୦୦ ପ୍ରକାର Bacteriophages ଦେଖାଯାଇଥାଏ । ଏବଂ ଏହି ରିପୋର୍ଟ ରେ ଉଲ୍ଲେଖ ଅଛି ଯେ ଏହି ଭୂତାଣୁ ଗଙ୍ଗାନଦୀ ରେ ପ୍ରାୟ ୫୦୦୦ ବର୍ଷ ଧରି ରହିଛି ।
ଯାହାଫଳରେ ଗଙ୍ଗାନଦୀ ର ପାଣି ବର୍ଷ ବର୍ଷ ଧରି ରଖିଲେ ମଧ୍ୟ କିଛି ପରିବର୍ତ୍ତନ ଆସେନାହିଁ । କାରଣ କୌଣସି କ୍ଷତିକାରକ bacteria ସେଥିରେ ବୃଦ୍ଧି ହିଁ ହେଇ ପାରେନାହିଁ । ଏବଂ ଏହା ବ୍ୟବହାର କଲେ ଅନ୍ୟ ପାରପର୍ଶିକ ବ୍ୟାକ୍ଟେରିଆ ଗୁଡକୁ ମଧ୍ୟ ମାରିଦେଇଥାଏ। ଯାହା ଏକ anti-bacterial ହିସାବରେ କର୍ଯ୍ୟକରେ।
ବୋଧୁହୁଏ ଆମ ପୂର୍ବପୁରୁଷ ଏ କଥା ଜାଣିଥିଲେ , ସେଥିପାଇଁ ପବିତ୍ର କରିବା ପାଇଁ ଗଙ୍ଗଜଳ ର ବ୍ୟବହାର କରାଇବା ପାଇଁ ରୀତି ହିସାବରେ ରଖିଦେଇଯାଇଛନ୍ତି ।
By : Satyaprakash Jena (Advisor, reserch council ) Click here to read
ବ୍ରହ୍ମାଣ୍ଡ କୁ ଭଲଭାବରେ ଜାଣିବା ଏବଂ ବ୍ରହ୍ମାଣ୍ଡ ର ରହସ୍ୟ କୁ ସରଳ ଭାବରେ ଆମ ଆଗରେ ଉପସ୍ଥାପନ କରିବାରେ Hubble ର ମହତ୍ୱପୂର୍ଣ୍ଣ ଭୂମିକା ରହିଛି।
ଆମ ପାଖରେ ଏବେ James wabb ଭଳି ଅତ୍ୟାଧୁନିକ Telescope ରହି ଥିଲେ ମଧ୍ୟ ଆମେ Hubble ର ଅବଦାନ କୁ ଭୁଲି ପାରିବା ନାହିଁ। Hubble telescope ର ନାମ ଆମେରିକାର ମହାକାଶବିଜ୍ଞାନୀ Edwin Hubble ଙ୍କ ନାମ ରେ ରଖାଯାଇଥିଲା। ଯିଏ କହିଥିଲେ ଯେ ଆମ ବ୍ରହ୍ମାଣ୍ଡ କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି। Astronomy ଜଗତରେ Hubble ଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଚିI Hubble Telescope କୁ ୧୯୯୦ ରେ ମହାକାଶ କୁ ଛଡା ଯାଇଥିଲା। Hubble ର ଲମ୍ବ ପ୍ରାୟ ଏକ ସ୍କୁଲ୍ ବସ୍ ଭଳି। ଆଜି ପର୍ଯ୍ୟନ୍ତ Hubble ମହାକାଶରେ ପ୍ରାୟ 1.3 Millions (13 ଲକ୍ଷ) ଆବିଷ୍କାର ଓ ଉଦ୍ଭାବନ କରି ସାରିଛି। ଆମେ ଆଲୋଚନା କରିବା Hubble ର ଅନୁସନ୍ଧାନ ଫଳରେ Astronomy ଷେତ୍ରରେ କ'ଣ କ'ଣ ଉପଲବ୍ଧି ହୋଇଛି। ଏଠରେ କିଛି ଉପଲବ୍ଧି ବିଷୟରେ ଉଲ୍ଲେଖ ଅଛି I
NASA ଅନୁସାରେ ପ୍ରଥମେ Black hole ର ସୂଚନା ୧୯୯୪ ମସିହାରେ Hubble ଦେଇଥିଲା ।
Galaxy M87 ପୃଥିବୀ ଠାରୁ ପ୍ରାୟ 54 million light years ଦୂରରେ Virgo constellation ରେ ଅବସ୍ଥିତ। Hubble ସେହି galaxy ତଥ୍ୟ ସଂଗ୍ରହ କରୁଥିବା ସମୟରେ ଗବେଷକ ମାନେ ଯାଣିବାକୁ ପାଇଲେ ଅଧିକାଂଶ galaxy କେନ୍ଦ୍ର ରେ Black hole ରହିଥାଏ I
Hubble ର ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରୁ 13.4 Billion year old GN-Z11 Galaxy ବିଷୟରେ ଆମକୁ ଅବଗତ କରାଇଥିଲା। GN-Z11 Big Bang ର 400 million year ପରେ ସୃଷ୍ଟି ହୋଇଥିଲା।
Hubble ଆମକୁ The massive super void ର ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଏହା ଆମଠାରୁ ପ୍ରାୟ 6-10 Billion light year ଦୂରରେ ଅବସ୍ଥିତ।
ଆମ ପାଖରେ ଥିବା telescope ଗୁଡିକ ଗ୍ରହ ଭଲି ମହାଜାଗତିକ ପିଣ୍ଡ, ଖୋଜି ବାହାର କରିବା ରେ ସଷମ କିନ୍ତୁ Hubble ପ୍ରଥମେ ଗ୍ରହ ମାନଙ୍କର ବାୟୁମଣ୍ଡଳ ରେ ଥିବା ଉପାଦାନ ବିଷୟରେ ସୂଚନା ଦେଇଥିଲା।
2001 ରେ ପ୍ରଥମେ Hubble HD209458B ର ବାୟୁମଣ୍ଡଳ ର ଉପାଦାନ ବିଷୟରେ ଆମକୁ ତଥ୍ୟ ପ୍ରଦାନ କରିଥିଲା ।
2015 ରେ Gravitational lensing ବିଷୟରେ ପ୍ରଥମେ ସୂଚନା ଦେଇ ଥିଲା।