BY:- Sukumar Senapati (Content Creator)
ଆଜିଯାଏ ବୈଜ୍ଞାନିକ ମାନେ ଭାବୁଥିଲେ ଯେ Galaxy ହେଉଛି ଅଣ୍ଡାକୃତି🥚 କିମ୍ବା ଚକ୍ର 🟡ପରି ଦେଖିବାକୁ।
କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ନାସା ର ଜେମ୍ସ ୱେବ୍ ସ୍ପେସ ଟେଲିସ୍କପ୍ 🔭। କିଛି ଦିନ ତଳେ ଜେମ୍ସ ୱେବ୍ ସ୍ପେସ ଟେଲିସ୍କପ୍ ଦ୍ଵାରା ନୂଆ ସୃଷ୍ଟି ହୋଇଥିବା ପାଖାପାଖି ୪୦୦୦ Galaxy ର ଫୋଟ ନିଆଯାଇଛି। ଏହି ଫୋଟ ରେ ଦେଖିବାକୁ ମିଳିଛି ନୂତନ ଭାବେ ସୃଷ୍ଟି ସମସ୍ତ galaxy ଆକୃତି କଦଳୀ ପରି।
ଏହା ଉପରେ ବୈଜ୍ଞାନିକ ମାନଙ୍କ ର ମତ ଏହା ରହୁଛି ଯେ, ହୁଏତ ଯେତେବେଳ ନୂଆ Galaxy ସୃଷ୍ଟି ହୁଏ, ତାହା କଦଳୀ ଆକୃତିର ହୋଇ ଥିବ। ସମୟକ୍ରମେ ଆକୃତି ର ପରିବର୍ତ୍ତନ ଘଟି ଅଣ୍ଡାକୃତି/ ଚକ୍ରାକାର ରେ ପରିଣତ ହୁଏ।ଏହା ଉପରେ ଅଧିକ ଗବେଷଣା ଜାରି ରହିଛି।
Published date:-Dt-08 jan 2024
ଘୋଲ୍ ମାଛ ର ବିଶେଷତ୍ଵ :-
ଗୁଜୁରାଟ ସରକାର ଘୋଲ୍ ମାଛକୁ ରାଜ୍ୟ ମାଛ ଭାବରେ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ଏହି ମାଛ କୁ ଖାଦ୍ୟ ହିସାବରେ ବ୍ୟବହାର କଲେ ,ଏହା ଆମ ଶରୀରକୁ କିପରି ସୁସ୍ଥ ରଖିବାରେ ସହାୟକ ହୋଇଥାଏ।ଘୋଲ ମାଛରେ Omega-3, Omega -6 ଭଳି fatty acid ପ୍ରଚୁର ପରିମାଣ ରେ ମିଳିଥାଏ।ଏହି Omega-3 ଏବଂ Omega-6 ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ।ଏହା ଆମ ଶରୀରର କଲେଷ୍ଟ୍ରୋଲ ମାତ୍ରାକୁ ହ୍ରାସ କରିଥାଏ।ଏହା ବ୍ୟତୀତ ଦୁଷ୍ଟି ଶକ୍ତି, ହୃଦ୍ ଘାତ , ମସ୍ତିଷ୍କ ଆଘାତ ଏବଂ ହୃତପିଣ୍ଡ ସମ୍ବନ୍ଧିତ ରୋଗପ୍ରତିରୋଧ ଶକ୍ତିକୁ ବୃଦ୍ଧି କରି ଥାଏ।Omega-3 ଶିଶୁ ମାନଙ୍କ ର ମସ୍ତିକ କୋଷ ର ବୃଦ୍ଧି କୁ ତ୍ଵରାନିତ କରିବା ସହ,IQ ସ୍ତର କୁ ବଢେଇବା ରେ ସହାୟକ ହୋଇ ଥାଏ।Omega fatty acid ବ୍ୟତୀତ ମେଗ୍ନେ ସିଅମ୍,ଆଇରନ ଭଳି ଆବଶ୍ୟକ ପୋଷାକ ମଧ୍ୟ୍ୟ ଘୋଲ୍ ମାଛରେ ରହିଛି।
By Sukumar Senapati (Content Creator)
ଇସ୍ରୋର ଐତିହାସିକ ମିଶନ
ନୂଆବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ
PSLV-C58 ଜରିଆରେ ଏକ୍ସପୋସାଟ( XPoSat)ସାଟେଲାଇଟ୍ ଉତକ୍ଷେପଣ
ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା XPoSat ପ୍ରେରଣ କରିଛି।
ଏହି ସାଟେଲାଇଟ୍ ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସଂପର୍କରେ ଅଧ୍ୟୟନ କରିବ l
PSLV:-Polar Satellite Launch Vehicle
XPoSat:-X-ray Polarimeter Satellite
ଜହ୍ନ ରାଇଜ ରୁ ଆସିବ ମାଟି!!
ଇସ୍ରୋ ବର୍ତ୍ତମାନ ଏକ ବୃହତ ମିଶନ ର ଯୋଜନା କରୁଛି।
ଚନ୍ଦ୍ର ପୃଷ୍ଠ(ଶିବ ଶକ୍ତି ପଏଣ୍ଟ)ରୁ ମୂର୍ତ୍ତିକା,ପଥର ଖଣ୍ଡ ଏବଂ ଅନ୍ୟାନ୍ୟ କିଛି ଉପାଦାନ ସଂଗ୍ରହ କରି ପୃଥିବୀ କୁ ଆଣି, ତା ଉପରେ ଗବେଷଣା କରିବା ଏହି ମିଶନ୍ ର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଆଗାମୀ ୫-୭ ବର୍ଷ ଭିତରେ ଏହି ମିଶନ୍ କୁ କାଯ୍ୟ କାରୀ କରାଯିବ ବୋଲି ଇସ୍ରୋ ତରଫର ସୂଚନା ଦିଆ ଯାଇଛି।
ପୃଥିବୀ ପୃଷ୍ଠରେ ସବୁଠୁ ଉତ୍ତପୁ ୧୨ ମାସ
କ୍ଲାଇମେଟ ସେଣ୍ଟର୍ ର ରିପୋଟ୍ ଅନୁଯାୟୀ,ଗତ ୧୨ ମାସ ପୃଥିବୀ ପୃଷ୍ଠରେ ସବୁଠୁ ଉତ୍ତପ୍ତ ୧୨ ମାସ ଥିଲା।
୨୦୨୨ ନଭେମ୍ବର ରୁ ୨୦୨୩ ଅକ୍ଟୋବର ପଯ୍ୟନ୍ତ ପୃଥିବୀ ର ତାପମାତ୍ରା ପ୍ରାକ୍ ଶିଳ୍ପାୟନ ଯୁଗ ଠାରୁ ପ୍ରାୟ ୧.୩ ଡ଼ିଗ୍ରୀ ଅଧୂକ ଥିଲା।
ବାୟୁ ପ୍ରଦୂଷଣ,ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟ ରେ ଉଲ୍ଲେଖ ଅଛି।