RESEARCH ARTICLE
RESEARCH ARTICLE
ସଫଳତା ର ସିଢି ରେ ଇସ୍ରୋ
BY ROMARIO MOHANTY
୨୩ ଅଗଷ୍ଟ ୨୦୨୩...
ସନ୍ଧ୍ୟା ୬ ଟା...
ଟେଲିଭିଜନ ସମ୍ମୁଖରେ,ନିରବତା ସମଗ୍ର ଭାରତୀୟ ଙ୍କ ଓଠ କୁ ସ୍ପର୍ଶ କରି ଥାଏ।ସେଇ ନିରବତା ଭିତରେ ପ୍ରତ୍ୟେକ ଭାରତୀୟ ଙ୍କ ହୃଦୟ ର ସ୍ପନ୍ଦନ କିଛି ନବୀନ ଆରମ୍ଭ ର ସଂକେତ ଦଉଥାଏ।
ସନ୍ଧ୍ୟା ୬ ଟା ୪ ମିନିଟ...
ହଠାତ୍ ସେଇ ନିରବତା କରତାଳି,ଶଙ୍ଖ ଧ୍ୱନି,ଭାରତ ମାତା କି ଜୟ ରେ ପରଣିତ ହୁଏ। ହଁ..ଏହାହିଁ ସେହି ଅମୃତ ମୁହୂର୍ତ୍ତ,ଜଉ ମୁହୂର୍ତ୍ତ ରେ ଭାରତ ବିଶ୍ଵର ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ପୃଷ୍ଠ କୁ ଚୁମ୍ବନ କରି ଇତିହାସ ରଚିଥିଲା।ଚାଲନ୍ତୁ, ଭାରତର ଏଇ ଐତିହାସିକ ଚନ୍ଦ୍ର ଅଭିଯାନ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିବା।
ଚନ୍ଦ୍ରୟାନ -୩
ଓଜନ:-3900 kg
ଉତକ୍ଷେପଣ ଦିନ:-୧୪ ଜୁଲାଇ ୨୦୨୩
ଉତକ୍ଷେପଣ ସ୍ଥାନ:-ସତିସ୍ ଧାୱନ୍ ମହାକାଶ କେନ୍ଦ୍ର(ଆନ୍ଧ୍ରପ୍ରଦେଶ)
ଉତକ୍ଷେପଣ ପାଇଁ ବ୍ୟବହୃତ ରକେଟ୍:-LVM3-M4
ଲ୍ୟାଣ୍ଡର ର ନାମ:- ବିକ୍ରମ
ରୋଭର୍ ର ନାମ:-ପ୍ରଜ୍ଞାନ
ମିଶନ୍ ପାଇଁ ଖର୍ଚ୍ଚ:-୬୧୪ କୋଟି
୨ ସେପ୍ଟେମ୍ୱର ୨୦୨୩....
ଚନ୍ଦ୍ର ବିଜୟୀ ଅଭିଯାନ ର ଉତ୍ସବ ଭାରତୀୟ ଙ୍କ ହୃଦୟ ରେ ସମାପ୍ତ ହୋଇ ନଥାଏ,ପୁଣି ସେପ୍ଟେମ୍ବର ରେ ମହାକାଶ ର L1 point ରୁ ସୂର୍ଯ୍ୟ ଉପରେ ଅଧିକ ଗବେଷଣା କରିବା ପାଇଁ ଇସ୍ରୋ ତରଫରୁ ଆରମ୍ଭ ହୁଏ ମିଶନ ଆଦିତ୍ୟ -L1।
ଏହି ମିଶନ ପାଇଁ ବ୍ୟବହୃତ ମହାକାଶ ଯାନ ର ନାମ:- ଆଦିତ୍ୟ-L1
ଉତକ୍ଷେପଣ ଦିନ:-୨ ସେପ୍ଟେମ୍ବର ୨୦୨୩
ଉତକ୍ଷେପଣ ସ୍ଥାନ:-ସତିସ୍ ଧୱନ୍ ମହାକାଶ କେନ୍ଦ୍ର
ଉତକ୍ଷେପଣ ପାଇଁ ବ୍ୟବହୃତ ରକେଟ:-PSLV-XL C57
ମିଶନ ର ସମୟ ଅବିଧି:-୫ ବର୍ଷ
(ଅର୍ଥାତ୍, ଦୀର୍ଘ ୫ ବର୍ଷ ଧରି L1 ପଏଣ୍ଟ ରେ ରହି ଆଦିତ୍ୟ L1 ସୂର୍ଯ୍ୟ ଙ୍କ ଉପରେ ଗବେଷଣା କରିବି)
୧ ଜାନୁଆରୀ ୨୦୨୪....
ସମଗ୍ର ବିଶ୍ବ ବାଣ ରୋଷଣିରେ ଇଂରାଜୀ ନୂତନ ବର୍ଷ କୁ ସ୍ବାଗତ କରୁଥିବା ବେଳେ,ଆମେ ଭାରତବାସୀ ୨୦୨୪ କୁ ସ୍ବାଗତ କରିଥିଲୁ ଏକ୍ସପୋସାଟ( XPoSat) ସାଟେଲାଇଟ୍ ମାଧ୍ୟମରେ।ଏହା ଥିଲା ନୂଆ ବର୍ଷ ର ପ୍ରଥମ ଦିନରେ ଇସ୍ରୋ ର ଐତିହାସିକ ମିସନ୍।
- PSLV-C58 ଜରିଆରେ ଏକ୍ସପୋସାଟ( XPoSat) ସାଟେଲାଇଟ୍ ର ଉତକ୍ଷେପଣ କରାଯାଇ ଥିଲା।
- ଏହି ସାଟେଲାଇଟ୍ ବ୍ଲାକ ହୋଲ୍ ଓ ନ୍ୟୁଟ୍ରନ୍ ଷ୍ଟାର ସଂପର୍କରେ ଅଧ୍ୟୟନ କରିବ।
PSLV:-Polar Satellite Launchı Vehicle
XPoSat:-X-ray Polarimeter Satellite
ବର୍ଷ ୨୦୨୩ ଠୁ ଆଦ୍ୟବିଧି ,ଇସ୍ରୋ ର ସଫଳତା ପ୍ରତ୍ୟେକ ଭାରତୀୟ ଙ୍କୁ ବିଶ୍ବ ସମ୍ମୁଖରେ ଗୌରାବାନିତ କରିବା ସହ,ଭାରତ କୁ ବିଶ୍ବଗୁରୁ ହିସାବରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି।ସେଇ ବିଶ୍ବଗୁରୁ ହିସାବରେ ବିଜ୍ଞାନ ର ଅଗ୍ରଗତି ସହ ପରିବେଶ ର ସୁରକ୍ଷା ଆମ ଭାରତୀୟ ଙ୍କ କର୍ତ୍ତବ୍ୟ ହେବା ଉଚିତ୍।ଏପରି କହିବା କାରଣ ପଛରେ ସେପ୍ଟେମ୍ୱର ୨୦୨୩ ରେ ପ୍ରକାଶିତ କ୍ଲାଇମେଣ୍ଟ ସେଣ୍ଟର୍ ର ରିପୋର୍ଟ ରହିଛି।ଚାଲନ୍ତୁ ଆଲୋଚନା କରିବା ସେଇ ରିପୋର୍ଟ ବିଷୟ ରେ।
" ପୃଥିବୀ ପୃଷ୍ଠରେ ସବୁଠୁ ଉତ୍ତପୁ ୧୨ ମାସ "
କ୍ଲାଇମେଟ ସେଣ୍ଡର୍ ର ରିପୋଟ୍ ଅନୁଯାୟୀ, ୨୦୨୨ ନଭେମ୍ବର ରୁ ୨୦୨୩ ଅକ୍ଟୋବର ପଯ୍ୟନ୍ତ ପୃଥିବୀ ପୃଷ୍ଠ ରେ ସବୁଠୁ ଉତ୍ତପ୍ତ ୧୨ ମାସ ଥିଲା।
ଏହି ସମୟ ରେ ପୃଥିବୀ ର ତାପମାତ୍ରା ପ୍ରାକ୍ ଶିଳ୍ପାୟନ ଯୁଗ ଠାରୁ ପ୍ରାୟ ୧.୩ ଡ଼ିଗ୍ରୀ ଅଧୂକ ଥିଲା।
ବାୟୁ ପ୍ରଦୂଷଣ,ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଏହାର ମୁଖ୍ୟ କାରଣ ବୋଲି ରିପୋର୍ଟ ରେ ଉଲ୍ଲେଖ ଅଛି।
ତେଣୁ ମାନବ ଜଗତ ପାଇଁ ବିଜ୍ଞାନ ର ଅଗ୍ରଗତି ଯେତିକି ଜରୁରୀ ,ପରିବେଶ ର ସୁରକ୍ଷା ସେତିକି ଜରୁରୀ ଅଟେ